Odisha Link
Bridging the Missing Links in Odisha

ଦ୍ବିତୀୟ ବିବାହ କରିବେ ଦିୟା, ପ୍ରି-ୱେଡିଙ୍ଗ୍ ପାର୍ଟି ଫଟୋ ଭାଇରାଲ

ମୁମ୍ବାଇ: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଡିଭା ଦିୟା ମିର୍ଜା। ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କୁ ସେ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୫ ତାରିଖରେ ସେ ବିବାହ କରିବେ। ଦିୟା ବିବାହ ସମାରୋହରେ କେବଳ ପରିବାର ଓ ନିକଟ ବନ୍ଧୁ ସାମିଲ ହେବେ। ବିବାହର ୧୧ ବର୍ଷ ପରେ ୨୦୧୯ରେ ସେ ପ୍ରଥମ ସ୍ୱାମୀ ସାହିଲଙ୍କ ଠାରୁ ଅଲଗା ହୋଇଯାଇଥିଲେ।

ଏବେ ଦିୟାଙ୍କ ପ୍ରି-ୱେଡିଙ୍ଗ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଛି। ଶନିବାର ଦିନ ଦିୟା ନିଜ ନିକଟ ବନ୍ଧୁଙ୍କ ସହ ପ୍ରି-ୱେଡିଙ୍ଗ ପାର୍ଟି ପାଳନ କରିଥିଲେ। ଷ୍ଟାର ଫଟୋଗ୍ରାଫର ବିରଲ ଭୟାନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାର୍ଟିର କିଛି ଫଟୋ ସେୟାର କରିଛନ୍ତି। ଫଟୋ କ୍ୟାପ୍ସନରେ ସେ ଲେଖିଛନ୍ତି, ପ୍ରି-ୱେଡିଙ୍ଗ୍ ପାର୍ଟିରେ ନିଜ ନୂଆ ପରିବାର ସହ ଦିୟା। #diakishaadi.

ସୂଚନା ଅନୁଯାୟୀ, ଲକଡାଉନ ସମୟରେ ବୈଭବଙ୍କ ସହ ଦିୟାଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା। ବୈଭବ ମୁମ୍ବାଇର ଜଣେ ବ୍ୟବସାୟୀ ଓ ଇନଭେଷ୍ଟର। ବୈଭବଙ୍କ ସହ ଦିୟାଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସାହିଲଙ୍କୁ ବିବାହ କରିଥିଲେ। ବିବାହର ୧୧ ବର୍ଷ ପରେ ଦୁହେଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବୈଭବଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ପତ୍ନୀ ସୁନୌନା ରେଖି ଯୋଗ ଓ ଲାଇଫଷ୍ଟାଇଲ କୋଚ। ବୈଭବଙ୍କ ଗୋଟିଏ ଝିଅ ବି ଅଛି।

Comments are closed.