Odisha Link
Bridging the Missing Links in Odisha

ଆଶାରାମ ବାପୁ ଅସୁସ୍ଥ

ଯୋଧପୁର : ଆଶାରାମ ବାପୁ ଜେଲରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ପରେ ଯୋଧପୁରର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର ଦିଆଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବା କାରଣରୁ ମହାତ୍ମା ଗାନ୍ଧି ହସ୍ପିଟାଲର ଏମର୍ଜନ୍ସିରେ ଭର୍ତ୍ତି କରାଯାଇଥିଲା।

ତାଙ୍କର ଆଣ୍ଠୁ କାମ କରୁନି, ଏହା ସହିତ ବ୍ଳଡ ପ୍ରେସରର ସମସ୍ୟା ମଧ୍ୟ ରହିଛି। ଆଶାରାମଙ୍କ ପ୍ରୋଟେଷ୍ଟ ଗ୍ଲାଣ୍ଡରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଛି। ଆଶାରାମଙ୍କ ବ୍ଲଡ ସୁଗାର ଓ ୟୁରିନ ସାମ୍ପଲ ଟେଷ୍ଟ କରାଯାଇଛି। ଏହାଛଡା ତାଙ୍କର ଇସିଜି କରାଯିବା ପରେ ରିପୋର୍ଟ ସ୍ବାଭାବିକ ରହିଛି।

ଉଲ୍ଲେଖନୀୟ ଯେ, ନାବାଳିକାଙ୍କୁ ଯୌନ ଶୋଷଣ ମାମଲାରେ ଆଶାରାମ ଆଜୀବନ ସଜା କାଟୁଛନ୍ତି। ଯୌନ ଶୋଷଣ ମାମଲାରେ ଗତ ସପ୍ତାହ ରାଜସ୍ଥାନ ହାଇକୋର୍ଟରେ ଶୁଣାଣୀ ହେବାର ଥିଲା। କିନ୍ତୁ ଆଶରାମଙ୍କ ଓକିଲ କୋର୍ଟ ପହଁଞ୍ଚି ପାରିନଥିଲେ ଓ ଏହାପରେ କେସ୍ ତାରିଖ ୮ ମାର୍ଚ୍ଚ ହୋଇଯାଇଥିଲା।

Comments are closed.