Odisha Link
Bridging the Missing Links in Odisha

ସୁପାରି ଦେଇ ନିଜ ଝିଅକୁ ଜାଳିଦେଲେ ପରିବାର ଲୋକେ

ନୂଆଦିଲ୍ଲୀ: ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଲେ ପରିବାର ଲୋକେ। ଏହି ଲଜ୍ୟାଜନକ ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ବିରୋଧ କରି ପରିବାରଲୋକେ ଏହି କାଣ୍ଡ ଭିଆଇଛନ୍ତି ।

ଝିଅକୁ ହତ୍ୟା କରିବା ପାଇଁ ଜଣେ ସୁପାରି କିଲରଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ଯୁବତୀ ଜଣକ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକଙ୍କୁ ଭଲପାଉଥିବାରୁ ପରିବାରଲୋକେ ଏହାକୁ ବିରୋଧ କରିଥିଲେ। ଝିଅ ନମାରିବାରୁ ଏହି କାଣ୍ଡ ଭିଆଇଛନ୍ତି।

ଏହି ମାମଲାରେ ପୁଲିସ ପୀଡ଼ିତାଙ୍କ ବାପା, ଭାଇ, ଭାଉଜ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ହତ୍ୟାରେ ବ୍ୟବହୃତ ପେଟ୍ରୋଲ, ବାଇକ ଜବତ କରାଯାଇଛି ପୁଲିସ । ତେବେ ସୁପାରି କିଲରକୁ ଖୋଜୁଥିବା ପୁଲିସ । ହତ୍ୟାକାରୀମାନେ ଯୁବତୀଙ୍କୁ ଏକ ବାଇକରେ ନେଇ ଏକ ନିକାଞ୍ଚନ ସ୍ଥାନରେ ହାତଗୋଡ଼ ବାନ୍ଧି, ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

Comments are closed.