Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।

ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ।

ରବିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରଧାନ କହିଛନ୍ତି ଯେ, ଶ୍ରୀକ୍ଷେତ୍ର ପୁରୀ ଧାମର ବିକାଶ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର ଓ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ହୃଦୟର ସ୍ପନ୍ଦନ ସହ ଯୋଡ଼ି ହୋଇରହିଛି ।

ସମାଜର ଦାୟିତ୍ୱରେ ହିଁ ବଡ ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢାନ୍ତୁ। ମୁଁ ମଧ୍ୟ ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କାର ଯୋଗଦାନ ଦେଇ ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡିବାର ସୌଭାଗ୍ୟ ଲାଭ କଲି ।

ପ୍ରଧାନ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜ ଓ ଓଡ଼ିଆ ଭାଇ ଭଉଣୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଶ୍ରୀମନ୍ଦିରର ବିକାଶ ପାଇଁ ସହଯୋଗ କରିବା ଦରକାର । ଏକବିଂଶ ଶତାବ୍ଦୀରେ ଏହି ଦାୟିତ୍ୱକୁ ପୂରା କରିବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଧାନ ନିବେଦନ କରିଛନ୍ତି ।

Teens who vape higher doses of nicotine are more likely to become regular smokers Nicotine is extremely harmful to the developing adolescent brain, USC study finds. order cialis online The ketogenic diet dictates a specific ratio for nutrients that the body needs.

Leave A Reply

Your email address will not be published.