Odisha Link
Bridging the Missing Links in Odisha

ଶିମିଳିପାଳରେ ନିଆଁ ଏସିଆ ପାଇଁ ଭଲ ସଙ୍କେତ ନୁହେଁ: କେନ୍ଦ୍ରମନ୍ତ୍ରୀ ପ୍ରତାପ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଟ୍ବିଟ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଶିମିଳିପାଳ ଜଙ୍ଗଳ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଘଟଣା ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ପ୍ରତାପ।

ଗୋଟିଏ ସପ୍ତାହେ ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିଥିଲେ ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ନ ହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଅନ୍ୟପଟେ ମୟୁରଭଞ୍ଜ ମହାରାଣୀ କହିଛନ୍ତି ସମାଧାନର ବାଟ।

ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଟିମ ଗଠନ କରିବାକୁ ସେ ଦାବି କରିଛନ୍ତି। କହିଛନ୍ତି, ଦଣ୍ଡ ନୁହେଁ ଏ ବାବଦରେ ଲୋକଙ୍କୁ ସଚେତନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Comments are closed.