Odisha Link
Bridging the Missing Links in Odisha

୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ

ସୋର: ଅପହରଣ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ୍‌। ୮ ଲକ୍ଷ ଟଙ୍କା ପାଇଁ ଯୁବକ ହୋଇଛନ୍ତି ପଣବନ୍ଦୀ। ଟଙ୍କା ନଦେଲେ ହାତ ଗୋଡ ବାନ୍ଧି ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି ବାଙ୍ଗଲୋରର ଏକ କ୍ୟାଣ୍ଟିନରେ କାମ କରୁଥିଲେ। ୧୦ ଦିନ ତଳେ ଘରକୁ ଫେରିଥିଲେ। ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା କଲିକତା ଯିବାକୁ।

ସେହିଦିନ ତାପସ ତୁରନ୍ତ କଲିକତା ଚାଲିଯାଇଥିଲେ। ତାପରେ ତାପସଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀଙ୍କୁ ଆସିଥିଲା ଫୋନ୍। ଅପହରଣକାରୀ ଅଜଣା ଫୋନରୁ କଲ କରି ୮ ଲକ୍ଷ ଟଙ୍କା ଦେଲେ ସ୍ବାମୀଙ୍କୁ ଛାଡ଼ିବୁ ନଚେତ୍ ମାରିଦେବୁ ବୋଲି ଧମକ୍ ଦେଇଥିଲେ।

ମାର୍ଚ୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଭିଡିଓ ପଠାଇଥିଲେ ଅପହରଣକାରୀ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପରିବାର ଲୋକ ଅପହରକାରୀଙ୍କୁ ୫୦ହଜାର ଦେଇଛନ୍ତି। ବାକି ୩ଲକ୍ଷ ୫୦ହଜାର ଦେବା ପାଇଁ ବ୍ୟାଙ୍କରେ ଲାଇନରେ ଠିଆ ହୋଇଛନ୍ତି ପରିବାର। ଏନେଇ ତାପସଙ୍କ ସ୍ତ୍ରୀ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Comments are closed.