Odisha Link
Bridging the Missing Links in Odisha

ଶିମିଳିପାଳ ଜଙ୍ଗଲରେ ନିଆଁ : ଅନୁଧ୍ୟାନ ପାଇଁ ଗଲେ ୱାଇଲ୍ଡ ଲାଇଫ ପିସିସିଏଫ୍‌

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର। ଅନୁଧ୍ୟାନ ପାଇଁ ଶିମିଳିପାଳ ଯାଉଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍। ନିଆଁ କେମିତି ଲାଗିଛି, କାହିଁକି ଲାଗିଲା, ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ତାହା ଅନୁଧ୍ୟାନ କରିବେ।

ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆସନ୍ତକାଲି ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଥରୀ ଆରୁଖ କହିଛନ୍ତି।

ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲେ ଲାଗିଛି ନିଆଁ। କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା, ଶରତ, ପୋଡ଼ାଡ଼ିହା, ଉଦଳା, କପ୍ତିପଦା ଆଦି ଜଙ୍ଗଲ ଜଳୁଛି। ଜଙ୍ଗଲରେ ଥିବା ପଶୁପକ୍ଷୀ ତଥା ମୂଲ୍ୟବାନ ବୃକ୍ଷ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି।

ଗ୍ରୀଷ୍ମପ୍ରବାହ ତଥା ସ୍ଥାନୀୟ ଲୋକଙ୍କର ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି। ଶିମିଳିପାଳରେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।

Comments are closed.