ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ଵର: ଚଳିତ ବର୍ଷ ଜାଗରରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ। ମନ୍ଦିର ପରିସରରେ ପାଳନ ହେବ କୋଭିଡ କଟକଣା। ଏହି କୋଭିଡ଼ ନିୟମ ପାଳନ କରି ଭକ୍ତ ମାନେ ଜାଳିବେ ଦୀପ। ମହାଦୀପ ଉଠିବା ପରେ ଠାକୁର ଦର୍ଶନ କରିବେ ନାହିଁ ଭକ୍ତ।
ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଇଁ ମନ୍ଦିର ୩ ସେବାୟତଙ୍କ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ସହିତ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି କରିବେ ଦର୍ଶନ ସେ ନେଇ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଛି।
ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ ବ୍ୟବସ୍ଥା ନେଇ ଆଲୋଚନା। ୧୦ ଟା ପରେ ମହାଦୀପ ଉଠିବା ପରେ ଶ୍ରଧାଳୁ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ। ଭକ୍ତ ଦୀପ ଜାଳିବା ପାଇଁ ଏକତ୍ରିତ ହୋଇ ବସିବେ ନାହିଁ ତାକୁ ଧ୍ୟାନ ଦିଆଯିବ।ବୈଠକରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ଓ ତିନି ନିଯୋଗ ଉପସ୍ଥିତ ଥିଲେ।
Comments are closed.