ପଦ୍ମ ଧରିଲେ ମିଥୁନ

କୋଲକାତା: ପଦ୍ମ ଶିବିରରେ ଯୋଗ ଦେଲେ ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। କୋଲାକାତାରେ ଅନୁଷ୍ଠିତ ହେବାକୁ ଥିବା ପିଏମ୍ ମୋଦୀଙ୍କ ନିର୍ବାଚନ ରାଲି ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ମିଥୁନ ମଞ୍ଚରେ ଜୟ ଶ୍ରୀରାମ ଦେଇଥିଲେ।
West Bengal Assembly polls: Actor Mithun Chakraborty joins BJP
Read @ANI Story | https://t.co/PfA1sibymP pic.twitter.com/znmp5xDSJZ
— ANI Digital (@ani_digital) March 7, 2021
ସୂଚନା ଥାଉକି, ଗତମାସରେ ମିଥୁନ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମିଥୁନଙ୍କୁ ସାକ୍ଷାତ କରିଥିଲେ । ଏହା ପରଠାରୁ ସେ ବିଜେପିରେ ମିଶିବା ଅନୁମାନ କରାଯାଉଥିଲା । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମିଥୁନ ବିଜେପିରେ ସାମିଲ ହୋଇଛନ୍ତି। ଯାହାଫଳରେ ରାଜ୍ୟ ରାଜନୀତିରେ ବିଜେପି-ଟିଏମ୍ସି ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Comments are closed.