Odisha Link
Bridging the Missing Links in Odisha

କୋଟିଏ ଟଙ୍କାର ମାଲିକ ହୋଇ ମଧ୍ୟ ରାସ୍ତାକଡ଼ରେ ମାଗୁଛନ୍ତି ଭିକ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ରମେଶ ଯାଦବ ନାମକ ଜଣେ ବ୍ୟକ୍ତି କୋଟିଏ ଟଙ୍କାର ମାଲିକ ହୋଇ ମଧ୍ୟ ରାସ୍ତାକଡ଼ରେ ମାଗୁଛନ୍ତି ଭିକ। ତାଙ୍କ ପାଖରେ ବଙ୍ଗଳା, ପ୍ଲଟ୍ ସହ ମୂଲ୍ୟବାନ ସମ୍ପତ୍ତିର ଅଭାବ ନାହିଁ। ତଥାପି ସେ ରାସ୍ତାକଡ଼ରେ ଭିକ ମାଗୁଛନ୍ତି ।

ପ୍ରକାଶ ଯେ, ରମେଶଙ୍କ ପରିବାର ଲୋକେ ଇନ୍ଦୋର ସହରରେ ରୁହନ୍ତି । ରମେଶ ପ୍ରଚୁର ମଦ୍ୟପାନ କରୁଥିବାରୁ ପରିବାର ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ତାଙ୍କର ଆୟର ଅନ୍ୟ କୌଣସି ଉତ୍ସ ନଥିବାବେଳେ ତାଙ୍କ ସମ୍ପତ୍ତି କୋଟିଏ ଟଙ୍କାର ଅଧିକ ହେବ ବୋଲି ଜଣାପଡ଼ିଛି।

ଯଦି ରମେଶ ମଦ୍ୟପାନ ତ୍ୟାଗ କରନ୍ତି, ତେବେ ପରିବାର ଲୋକେ ତାଙ୍କୁ ଗ୍ରହଣ କରିବା ସହ ନିଜ ପାଖରେ ରଖିବେ ବୋଲି କହିଛନ୍ତି । ମଦ୍ୟପାନ ତ୍ୟାଗ କରି ନିଜ ଘରେ ପରିବାର ସହ ରହିବାକୁ ରମେଶ ମଧ୍ୟ କହିଛନ୍ତି। ପୂର୍ବ ଅପେକ୍ଷା ରମେଶଙ୍କ ପରିସ୍ଥିତି ସୁଧୁରୁଥିବା ଏନଜିଓର ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ।

Comments are closed.