କୋଳରେ ଛୁଆକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ମହିଳା କନଷ୍ଟେବଳ

ଚଣ୍ଡିଗଡ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ। କୋଳରେ ଛୁଆକୁ ଧରି ରାସ୍ତା ଉପରେ ଡ୍ୟୁଟି କରୁଛନ୍ତି ଜଣେ ମହିଳା କନଷ୍ଟେବଳ। ଦେହରେ ୟୁନିଫର୍ମ କୋଳରେ ଛୁଆ। ସେ ମା’ ହେବା ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ସେ ସମାନ ରୂପେ ପାଳନ କରୁଛନ୍ତି। ସେ ହେଲେ ଚଣ୍ଡିଗଡର ପୁଲିସ କନଷ୍ଟେବଳ ପ୍ରିୟଙ୍କା।
ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଚଣ୍ଡିଗଡ ସେକ୍ଟର-୨୪ରେ ସେ ନିଜ ଛୁଆକୁ କୋଳରେ ଧରି ଟ୍ରାଫିକ କଣ୍ଟ୍ରୋଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସେହି ରାସ୍ତା ଦେଇ ଯାଉଥିବା କେତେକ ଯାତ୍ରୀ ତାଙ୍କର ଏଭଳି ଟ୍ରାଫିକ ନିୟମନ୍ତ୍ରଣ କରୁଥିବା ଶୈଳୀକୁ ଦେଖି କିଏ ଫଟୋ ଉଠାଇଥିଲା ତ ଆଉ କିଏ ତାଙ୍କର ଭିଡିଓ ତିଆରି କରିଥିଲା।
Watch: #Chandigarh traffic police woman #constable performs duty with child, video viral pic.twitter.com/f9j4KzaiXW
— The Tribune (@thetribunechd) March 6, 2021
ଏହାପରେ ପ୍ରିୟଙ୍କାଙ୍କ ଭିଡିଓ ସୋଶାଲ ମିଡିଆରେ ସେଆର ହୋଇଥିଲା। ଏବେ ପ୍ରିୟଙ୍କାଙ୍କ ଏହି ଭିଡିଓକୁ ଲୋକେ ଦେଖି ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏଥିସହ ତାଙ୍କର ଏଭଳି କାମକୁ ଦେଖି ସମସ୍ତେ ସଲମା କରୁଛନ୍ତି। ଏହି ଭିଡିଓରେ ମହିଳା ଜଣକର ମା’ ମମତା ଏବଂ ଟ୍ରାଫିକ ପୁଲିସ ହେବାର କର୍ତ୍ତବ୍ୟ ପୁରାପୁରି ଝଲସୁଛି।
Comments are closed.