ଟିକା ନେବା ପରେ ବି କରୋନା ପଜିଟିଭ ଚିହ୍ନଟ ହେଲେ ଡାକ୍ତର

ରାଉରକେଲା: କରୋନା ଟିକା ନେଇ ସାରିବା ପରେ ପୁଣିଥରେ କୋଭିଡ ପଜିଟିଭ ଚିହ୍ନଟ ହେଲେ ଡାକ୍ତର। ଯାହାକୁ ନେଇ ରାଉରକେଲାରେ ଲାଗି ରହିଛି ଚର୍ଚ୍ଚା। ଆରଜିଏଚ୍ରେ ଡିଏମ୍ଏଫ୍ ପାଣ୍ଠିରୁ କାର୍ଯ୍ୟରତ ଜଣେ ୭୧ ବର୍ଷ ବୟସର ଡାକ୍ତର କରୋନା ଯୋଦ୍ଧା ଭାବେ ଗତ ଜାନୁଆରୀ ୧୬ ତାରିଖ କରୋନାର ପ୍ରଥମ ଟିକା କୋଭିସିଲ୍ଡ ଏବଂ ଦ୍ୱିତୀୟ ଟିକା ଫେବୃଆରୀ ମାସ ୧୫ ତାରିଖ ନେଇଥିଲେ।
ଫେବ୍ରୁଆରୀ ମାସ ଶେଷ ଆଡକୁ ତାଙ୍କୁ ଥଣ୍ଡା ନ ଛାଡିବାରୁ ସେ ଆରଟିପିସିଆର ପାଇଁ ସ୍ୱାବ୍ ପଠାଇଥିଲେ। ଗତ ୪ ତାରିଖ ଦିନ ତାଙ୍କର କୋଭିଡ ପଜିଟିଭ୍ ବୋଲି ରିପୋର୍ଟ ଆସିଥିଲା । ବର୍ତ୍ତମାନ ସେ ଘରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ତେବେ ଏହି ସମାଚାର ପ୍ରଚାର ହେବା ପରେ ସହରରେ ଏକ ଆଲୋଚନାର ବିଷୟ ପାଲଟିଛି।
Comments are closed.