Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ। ତେବେ କୁହାଯାଉଛି ଯେ ବୁଧବାରକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

ତେବେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ତ୍ରିବେନ୍ଦ୍ର ସିଂ ରାୱତ ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ସମୟ ଧରି ରାଜନୀତି କରିଛି। ୪ ବର୍ଷ ପାଇଁ ପାର୍ଟି ମତେ ସିଏମ ଭାବେ କାର୍ଯ୍ୟ କରିବାର ଦାୟିତ୍ୱ ଦେଇଥିଲା। ଏହି ସମୟ ମଧ୍ୟରେ ଦଳ ପକ୍ଷରୁ ମତେ ବହୁତ ସମ୍ମାନ ମିଳିଛି।

Comments are closed.