Odisha Link
Bridging the Missing Links in Odisha

ଶିମିଳିପାଳ ଜଙ୍ଗଲ ପାଇଁ ଏବିଭିପିର ସିଗ୍‌ନେଚର କ୍ୟାପେନିଙ୍ଗ୍‌ କାର୍ଯ୍ୟକ୍ରମ

ଭୁବନେଶ୍ବର: ଏବିଭିପି ଅପୁପ୍ରାଣିତ ଏସଏଫଡି ପକ୍ଷରୁ ଶିମିଳିପାଳ ଜଙ୍ଗଲ ପରିସରରେ ଘଟିଥିବା ବନାଗ୍ନି ସମ୍ପର୍କରେ ସିଗ୍‌ନେଚର କ୍ୟାପେନିଙ୍ଗ୍‌ କରି ସାଧାରଣ ଜନତାଙ୍କ ପ୍ରତିପିୟା ଜାଣିବାକୁ ଚେଷ୍ଟା କରାଯାଇଅଛି। ଜନ ସାଧାରଣ ସମ୍ବେଦନ ଜଣାଇବା ସହ ବିଶ୍ବବ୍ୟାପି ଘଟୁଥିବା ବନାଗ୍ନିର କାରଣ, ଅଗ୍ନି ନିର୍ବାପନର ସମିକ୍ଷ୍ୟା ଓ ଆଧୁନିକ ଅଗ୍ନି ସୁଚନା ବ୍ୟବସ୍ଥାର ଉନ୍ନତି ଉପରେ ମତାମତ ଦେଇଥିଲେ।

ଏହିଭଳି ଜଟିଳ ସ୍ଥିତିରେ ବନ୍ୟପ୍ରାଣୀ ଓ ଜୈବ୍ୟ ବିବିଧତା କୁ ସୁରକ୍ଷା ଦେବା ପ୍ରାଥମିକତା ବୋଲି ଲୋକମାନେ ପରାମର୍ଶ ଦେଇଥିଲେ। ମତାମତ ଗୁଡ଼ିକୁ ବନ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଆଗରେ ଉପସ୍ଥାପନା କରିବାର ଯୋଜନା ରହିଛି। ବୋଲି ଏସ୍‌ଏଫ୍‌ଡ଼ି ପକ୍ଷ୍ୟରୁ କୁହାଯାଇଛି।

ଖଣ୍ଡଗିରି ନିକଟସ୍ଥ ଯୟଦେବ ବାଟିକା ରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ବିପୁଳ ମାତ୍ରାରେ ପର୍ଯ୍ୟଟକମାନେ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ବର ସହ ସମ୍ପାଦକ ଅଭିଷେକ ପାଣି, ଖଣ୍ଡଗିରି ନଗର ଅମ୍ରିତ୍‌ ଭାଗ୍ୟ ବିଧାତା ଏବଂ ଅନ୍ୟ ଛାତ୍ରନେତା ଯୋଗଦେଇଥିଲେ।

Comments are closed.