Odisha Link
Bridging the Missing Links in Odisha

ରାଜ୍ୟର ସବୁ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ରାଜ୍ୟର ପ୍ରାୟତଃ ବହୁ ଜଙ୍ଗଲ ଏବେ ଜଳୁଛି। ଅନେକ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଅତି ଜରୁରୀ ପରିସ୍ଥିତି ହେଲେ ବନ କର୍ମଚାରୀ ଡିଏଫଓଙ୍କ ଅନୁମତି ନେଇ ଛୁଟି ନେଇପାରିବେ। ଏହା ସହ ଛୁଟି ପାଇଁ ପିସିସିଏଫଙ୍କୁ ଛୁଟି ନେଇ ଅବଗତ କରିବାକୁ ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ କାଲି ଓଡ଼ିଶାକୁ ଆସିବ କେନ୍ଦ୍ରୀୟ ଟିମ୍। ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଜଡେକର। ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଓଡ଼ିଶାକୁ ଆସିବ ଓ ବୈଷୟିମ ପରାମର୍ଶ ଦେବ। ଜଙ୍ଗଲ ନିଆଁ ରୋକିବା ପାଇଁ ରାଜ୍ୟ ବନ ବିଭାଗକୁ ସାହାର୍ଯ୍ୟ କରିବ କେନ୍ଦ୍ରୀୟ ଟିମ୍। ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ।’

Comments are closed.