Odisha Link
Bridging the Missing Links in Odisha

ଖାଇକୁ ଖସିଲା ବସ୍, ୯ ଯାତ୍ରୀ ମୃତ

ହିମାଚଳ ପ୍ରଦେଶ: ଖାଇକୁ ଖସିଲା ବସ୍। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଖାଇରେ ଖସିଲା ଯାତ୍ରୀବାହୀ ବସ୍। ବସ୍ ପ୍ରାୟ ୨୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଛି। ଦୁର୍ଘଟଣା କାରଣରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବସଟି ମାଙ୍ଗଲି-ବୁନ୍ଦେଦିରୁ ଚମ୍ବାକୁ ଯାଉଥିବାବେଳେ କଲୋନୀ ମଡଠାରୁ ୫୦୦ ମିଟର ଦୂରରେ ଥିବା ଏକ ଖାଇରେ ଖସିପଡ଼ିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ପରେ ୩ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିବା ବେଳେ ପୁଲିସ ଓ ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଛନ୍ତି। ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଟିସା ହସପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କ ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଆହତମାନଙ୍କୁ ଚମ୍ବା ମେଡିକାଲ କଲେଜ ଓ ଆବଶ୍ୟକପଡ଼ିଲେ ଚଣ୍ଡିଗଡ଼ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.