Odisha Link
Bridging the Missing Links in Odisha

ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ସରକାର ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା। ଦିଲ୍ଲୀ ଲୋକଙ୍କ ପାଇଁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କରୋନା ଟିକା ମିଳିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋାଦିଆ ବଜେଟ୍ ଉପସ୍ଥାପନରେ କହିଛନ୍ତି।

ବଜେଟ୍‌ରେ ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଫଳରେ ଖୁବ୍‌ଶୀଘ୍ର ଦୈନିକ ଟିକାକରଣ ସଂଖ୍ୟା ବଢ଼ିବ। ଟିକାକରଣ ଦୈନିକ ୪୫ ହଜାର ହେଉଥିବାବେଳେ ଆଗକୁ ଏହା ୬୦ ହଜାର ହେବ ବୋଲିି ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ।

ବର୍ତ୍ତମାନ ଦିଲ୍ଲୀରେ ୧୯୨ଟି ହସ୍‌ପିଟାଲ୍‌ରେ ଟିକାକରଣ କରାଯାଉଛି। ସେଥିମଧ୍ୟରୁ ୫୬ଟି ସରକାରୀ ଡାକ୍ତରଖାନା ରହିଛି। ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୪୫-୫୯ ବର୍ଷରେ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ଟିକା ଦିଅଯାଉଛି।

ପ୍ରକାଶ ଯେ, ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାାଇଥିଲା।

ତୃତୀୟ ପଯର୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ରୁ ବର୍ଷରୁ ଅଧିକ ବୟସ ହୋଇଥିବା ଲୋକଙ୍କୁ ଟିକା ଦିଆଯାଉଛି।

Comments are closed.