Odisha Link
Bridging the Missing Links in Odisha

ବୃଷଭଙ୍କ ଉତ୍ତରିରେ ଲାଗିଲା ନିଆଁ

ନରସିଂହପୁର: ଗତକାଲି ମହାଶିବରାତ୍ରି ଅବସରରେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣା ମଧ୍ୟରେ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଅବସରରେ ବୃଷଭଙ୍କ ଉତ୍ତରିରେ ନିଆଁ ଲାଗି ଯାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ନରସିଂହପୁର ନିଜିଗଡ଼ଠାରେ ଥିବା ବାବା ବିଶ୍ୱନାଥଙ୍କ ମନ୍ଦିରରେ।

ସୂଚନା ମୁତାବକ, ନରସିଂହପୁର ନିଜିଗଡ଼ଠାରେ ଥିବା ବାବା ବିଶ୍ୱନାଥଙ୍କ ମନ୍ଦିରରେ ଦୀପରୁ ନିଆଁ ଲାଗି ବୃଷଭଙ୍କ ଉତରି ଓ କୁଞ୍ଚି ପୋଡ଼ି ଯାଇଥିଲା। ପୂଜକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ମହାଶିବରାତ୍ରିରେ ବାବା ବିଶ୍ୱନାଥଙ୍କ ଗର୍ଭ ଗୃହରେ ନିଆଁ ଲାଗିବା ଏହା ଏକ ଖରାପ ସଙ୍କେତ ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଆଲୋଚନା ହେଉଛି।

Comments are closed.