Odisha Link
Bridging the Missing Links in Odisha

ନିର୍ବାଚନ ଲଢ଼ିବା ପାଇଁ ଗୃହ ସହାୟିକାଙ୍କୁ ମିଳିଲା ବିଜେପି ଟିକେଟ୍

କୋଲକାତା: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ବିଜେପି ଜଣେ ମହିଳାଙ୍କୁ ଟିକେଟ ଦେଇଛନ୍ତି । ଯିଏ ଅନେକ ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ହେଲେ କଲିତା ମାଝୀ ।

ପୂର୍ବରୁ ସେ ଘର ଘର ବୁଲି ଗୃହ ସହାୟିକା କାର୍ଯ୍ୟ କରୁଥିଲେ। ଏବେ ତାଙ୍କର ଭାଗ୍ୟ ପୁରା ବଦଳି ଯାଇଛି। ସେ ନିର୍ବାଚନ ପ୍ରଚାର କରିବା ପାଇଁ ତାଙ୍କ କାମରୁ ମାସେ ପାଇଁ ବିରତି ନେଇଛନ୍ତି। ‌ସେ ୪ ଜଣଙ୍କ ଘରେ ବୁଲି କାମ କରି କରିଥାନ୍ତି। ଏହି କାମ କରି ମାସକୁ ଅଢ଼େଇ ହଜାର ଟଙ୍କା ରୋଜଗାର କରନ୍ତି।

ବିଜେପିରୁ ଟିକେଟ୍‌ ପାଇବା ପରେ ସେ କହିଛନ୍ତି, ‘ମୁଁ କେବେ କଳ୍ପନା କରି ନ ଥିଲି ଯେ ମୁଁ ଏହି ସୁଯୋଗ ପାଇବି, ବର୍ତ୍ତମାନ ମୁଁ ଏହି ନିର୍ବାଚନ ପ୍ରଚାର ଉପରେ ଧ୍ୟାନ ଦେଉଛି ଏବଂ ମୋର ମାଲିକ ମୋତେ ଛୁଟି ଦେଇ ନିର୍ବାଚନରେ ବିଜୟୀ ହେବାକୁ କହିଛନ୍ତି।’

Comments are closed.