Odisha Link
Bridging the Missing Links in Odisha

ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା

ସମ୍ବଲପୁର: ରାଗିଂ କରିବା ପଡ଼ିଲା ମହଙ୍ଗା । ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି।

ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି।

ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ‌ଏହି ୧୮ ଜଣ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ କଲେଜରେ ଶିକ୍ଷାର ବାତାବରଣ ବଜାୟ ରଖିବାକୁ ଡିନ୍ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.