ଏସ୍ଟିଏଫ୍ ପଞ୍ଝାରେ ୨ ବାଘ ଛାଲ ବ୍ୟବସାୟୀ

ଭୁବନେଶ୍ୱର : ଦେବଗଡ ବାରକୋଟ ନିକଟରୁ ବାଘ ଛାଲ ଜବତ। ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ କଲପତରିଆ ବାଘ ଛାଲ ଜବତ କରିଛି। ଏସ୍ଟିଏଫ୍ ୨ ବାଘ ଛାଲ ବ୍ୟବସାୟୀଙ୍କୁ ଗିକଫ କରିଛି।
ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନିକଟରେ ଖବର ରହିଥିଲା । ଯାହାକୁ ଆଧାର କରି ଦେବଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ।
ଏହା ଚଢାଉରେ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଏସ୍ଟିଏଫ୍ ଟିମ୍ । ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର ଗିରଫ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିବ ତଦନ୍ତକାରୀ ଟିମ୍ ।
Comments are closed.