Odisha Link
Bridging the Missing Links in Odisha

ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ମୃତ

ଯାଜପୁର: ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ନିକଟରେ ୨ ଭାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି। ଦୁଇ ମୃତକ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର କାହ୍ନୁଚରଣ ଚନ୍ଦଙ୍କ ପୁଅ ଦୀନବନ୍ଧୁ ଚନ୍ଦ ଓ ସାନପୁଅ ଦିବାକର ଚନ୍ଦ।

ମିଳିଥିବା ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଦୁଇ ଭାଇ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପାଣିରେ ବୁଡି ଯାଇଥିଲେ। ଅସାବଧାନତା ଯୋଗୁଁ ନଦୀରେ ବୁଡି ଯାଇଥିଲେ ଦୁଇ ଭାଇ । ଦୀନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ। ରସୁଲପୁର ଅଗ୍ନିଶମ ବାହିନୀ ଦିବାକରଙ୍କୁ ଉଦ୍ଧାର କରିଥିଲେ। ସାନ ଭାଇ ଦିବାକରର ନଦୀରେ ବୁଡି ଜୀବନ ଚାଲି ଯାଇଥିଲା । ସେପଟେ ରସୁଲପୁର ଡାକ୍ତରଖାନାରେ ଆଖି ବୁଜି ଥିଲେ ଦୀନବନ୍ଧୁ।

Comments are closed.