Odisha Link
Bridging the Missing Links in Odisha

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ଚାଷୀ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ କରିଛି। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଚାଷୀ ଓ ଶ୍ରମିକ ସଙ୍ଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶାରେ ପ୍ରତିଟି ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି କହିଛନ୍ତି ନିରଞ୍ଜନ। ଏଥିପାଇଁ ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ନିରଞ୍ଜନ।

ଏହା ଦେଶର ସମସ୍ୟା, ଚାଷୀଙ୍କର ସମସ୍ୟା। ତେଣୁ କେନ୍ଦ୍ର ଯେଉଁ ୩ କଳା କୃଷି ଆଇନ ଆଣିଛନ୍ତି ତାହା ବିରୋଧରେ ଡକାଯାଇଥିବା ଏହି ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ।

Comments are closed.