Odisha Link
Bridging the Missing Links in Odisha

ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ

ମୟୂରଭଞ୍ଜ: ପୁଣି ଶିମିଳିପାଳ ଅଭୟାରଣ୍ୟରେ ନିଆଁ। ସାଟେଲାଇଟ ସୂତ୍ରରୁ ଅଭୟାରଣ୍ୟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟରୁ ଜଣାପଡ଼ିଥିବା ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ତଳେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିଲା। ଏକ ସପ୍ତାହରୁ ଅଧିକ ଦିନ ଧରି ନିଆଁ ଲାଗି ରହିବାରୁ ବହୁ ମୂଲ୍ୟବାନ ବୃକ୍ଷ ଜଳିଯିବା ସହ ପଶୁପକ୍ଷୀ ମଧ୍ୟ ମୃତ୍ୟର ଶିକାର ହୋଇଥିଲେ। ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ବର୍ଷା ସାଙ୍ଗକୁ ଟାସ୍କଫୋର୍ସ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା।  ଏବେ ପୁଣି ଥରେ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି।

Comments are closed.