ପିପିଲି ଉପନିର୍ବାଚନ: ଆଜିଠୁ ପ୍ରଚାର ଆରମ୍ଭ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ। ଗତକାଲି ପ୍ରାର୍ଥୀପତ୍ର ଦାଖଲ ସରିଛି। ଆଜିଠୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ। ନିର୍ବାଚନ ପ୍ରଚାର ପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତ। ଆଜିଠୁ ମୈଦାନକୁ ଓହ୍ଲାଇବେ ପ୍ରାର୍ଥୀ ଏବଂ ଭୋଟରଙ୍କୁ ଆକର୍ଷିତ କରାଇବା ପାଇଁ ନିଜ ନିଜର ରଣନୀତି ଆପଣାଇବେ।
ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଏନ.ଏ.ସି.ରେ ତାଙ୍କ ପ୍ରଚାରକୁ ଜୋରଦାର କରିଥିବା ବେଳେ, ଗତକାଲି ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି। ଅନ୍ୟପଟେ ଗତକାଲି ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।
Comments are closed.