Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇ ସାରିଛି। ବିଜେପି ଓ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଥିବା ବେଳେ ପିପିଲି ପାଇଁ ଆଜି କଂଗ୍ରେସର ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଡକ୍ଟର ଏ ଚେଲା କୁମାରଙ୍କ ସମେତ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ ।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ, ଜି.ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଜୟଦେବ ଜେନା, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲ୍ଲାକା, ସୁରେଶ ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରାମ ଖୁଣ୍ଟିଆ, ସତ୍ୟ ନାୟକଙ୍କ ନାଁ ରହିଛି ।

Comments are closed.