Odisha Link
Bridging the Missing Links in Odisha

ଓଜେଏସ୍‌ ପରୀକ୍ଷାରେ କୃତକା‌ର୍ଯ୍ୟ ହେଲେ ରାଜେଶ୍‌, ପିତାମାତା ଓ ଗୁରୁଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ବର: ରାଜେଶ୍‌ କୁମାର ଦାସ ଚଳିତ ବର୍ଷ OPSC ଦ୍ବାରା ପରିଚାଳିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ପରୀକ୍ଷାରେ କୃତକା‌ର୍ଯ୍ୟ ହୋଇଛନ୍ତି। ରାଜେଶ୍‌ ଜନ୍ମ ଗ୍ରହଣ କରିଛନ୍ତି ପିତା ଗୌରାଙ୍ଗ ଚରଣ ଦାସ୍‌ ଓ ମାତା ଶ୍ରମତୀ ନିରୁପମା ଦାସଙ୍କ କୋଳରେ, ସେ ନିଜର ପ୍ରାଥମିକ ଶିକ୍ଷା ଭଦ୍ରକ ଓ ପରେ ପରେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ।

ରାଜେଶ୍ ନିଜର ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଇଉନିଭରସିଟି ଲ କଲେଜରୁ ସମାପ୍ତ କରିବାପରେ, କଟକର ମଧୁସୁଦନ ଲ କଲେଜରେ ନିଜର ଏଲ୍‌ ଏଲ୍‌ ଏମ୍‌ ପାଠ୍ୟକ୍ରମରେ ଯୋଗ ଦେଇଥିଲେ। ସେ ପିଲାଟି ଦିନରୁ ଜଣେ ମେଧାବି ଛାତ୍ର ଥିଲେ। ନିଜ ପରିଶ୍ରମ ଓ ନିଷ୍ଠା ପାଇଁ ସେ ସବୁବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଗହଣରେ ବାରି ହୋଇ ପଢ଼ୁଥିଲେ।

ଓଡ଼ିଶା ଜୁଡ଼ିସିଆଲ ସର୍ଭିସରେ ତାଙ୍କର ତଥା ତାଙ୍କ ପିତାମାତାଙ୍କର ସପ୍ନ ଥିଲା ଯେ ରାଜେଶ୍‌ କିପରି ଜୁଡ଼ିସିଆଲ ଅଫିସର ହେବ। ଏ ସଫଳତାର ଶ୍ରେୟ ରାଜେଶ୍‌ ବିଶେଷ ଭାବରେ ତାଙ୍କର ଗୁରୁ ଶ୍ରୀଯୁକ୍ତ ମନୋଜ କୁମାର ଦାସଙ୍କୁ ଦେଇଛନ୍ତି। ମନୋଜ କୁମାର ଦାସ ବର୍ତ୍ତମାନ ଭୁବନେଶ୍ବରରେ ଆଇନ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଦି ଲ ଏକାଡ଼େମୀ ନାମରେ ଏକ ଅନୁଷ୍ଠାନ ଗଢ଼ିଛନ୍ତି। ରାଜେଶ ଏହି ଅନୁଷ୍ଠାନରେ ଶିକ୍ଷା ଲାଭ କରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ।

Comments are closed.