Odisha Link
Bridging the Missing Links in Odisha

କରୋନା: ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ

ଅନ୍ୟତ୍ର ସ୍ଥାନାନ୍ତର ହେବ ଦୈନିକ ବଜାର

ଝାରସୁଗୁଡ଼ା: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଲୋକଙ୍କ ଗହଳି ରୋକିବାକୁ ପନିପରିବା ଓ ଆମିଷ ବଜାରକୁ ଭାଗ ଭାଗ କରି ଅନ୍ୟତ୍ର ଖୋଲା ସ୍ଥାନରେ ବସାଇବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ୍ ବିରୋଧୀ ଯୁଦ୍ଧ ଜିତିବା ଲାଗି ଏଥିରେ ସହଯୋଗ କରିବା ଲାଗି ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।

ଏହା ସହିତ ଜିଲ୍ଲାରେ ୮ ହଜାର ୨୬ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ହଜାର ୯୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ଜିଲ୍ଲାରେ ୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.