Odisha Link
Bridging the Missing Links in Odisha

ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରେ ର‍୍ୟାଗିଙ୍ଗ୍

ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ

ସମ୍ୱଲପୁର: ବୁର୍ଲା ଭିସୁଟ୍ ପରେ ଏବେ ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରେ ର‍୍ୟାଗିଙ୍ଗ୍ ଅଭିଯୋଗ। ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରୀ ର‍୍ୟାଗିଙ୍ଗ୍ ଶିକାର ହୋଇଛନ୍ତି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରାଗିଂରେ ଛାତ୍ରୀଙ୍କ ସହ ଛାତ୍ର ସାମିଲ ଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଆଣ୍ଟିରାଗିଂ ସେଲରେ ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବୁର୍ଲା ଭିସୁଟ୍‌ରୁ ମଧ୍ୟ ରାଗିଂର ଅଭିଯୋଗ ଆସିଥିଲା। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିଲେ। ହୋଲି ଦିନ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ କରୁଥିଲେ। ଏହି ସମୟରେ କିଛି ଦ୍ଵିତୀୟ ବର୍ଷର ଜୁନିୟର ଛାତ୍ର ସେହି ରାସ୍ତା ଦେଇ ଯାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସିନିୟର ଛାତ୍ରମାନେ ୪ ଜଣ ଜୁନିୟରଙ୍କୁ ତାଙ୍କ କଠୋରୀରୁ ଡାକି ରାଗିଂ କରିଥିଲେ।

ଏପରିକି ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିୟର ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ଗଞ୍ଜେଇ ଧୁଆଁ ମୁହଁରେ ଫୁଙ୍କିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଛାତ୍ରମାନେ ଭିସୁଟର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପରିକି ଏହି ଜୁନିୟର ଛାତ୍ରମାନେ ଭୟରେ ଛାତ୍ରାବାସ ଛାଡ଼ି ପଳାଇଥିବା ଜଣାପଡିଛି।

Comments are closed.