Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି, ଓଡ଼ିଆରେ ଆରମ୍ଭ କଲେ ଭାଷଣ

୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କଲେ ଭେଙ୍କିୟା ନାଇଡୁ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ମୁଖ୍ୟ ଅତିଥି ଭାବେ ଶ୍ରୀ ନାଇଡୁ ଯୋଗ ଦେଇଥିବା ବେଳେ ସମାରୋହର ଅଧ୍ୟକ୍ଷତା କରିଥିଲେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଅପରପକ୍ଷେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଛନ୍ତି।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ ଅଭିଭାଷଣ ଓଡ଼ିଆ ଭାଷାରୁ ହିଁ ଆରମ୍ଭ କରିଥିଲେ। ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିବା ସହ ସେ କହିଥିଲେ ଯେ, ପୂର୍ବ ଏସୀୟ ଦେଶ ସହ ନୌବାଣିଜ୍ୟ ଥିଲା କଳିଙ୍ଗର ମହାନ ପରମ୍ପରା। ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ। ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଂଗଠିତ କରିଥାଏ। ଶୃଙ୍ଖଳା, ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର। ଚାକିରି ପଛରେ ନଗଡ଼ୋଇ ନିଯୁକ୍ତିଦାତା ହେବାକୁ ଛାତ୍ରଛାତ୍ରୀଙ୍କୁ ଅହ୍ବାନ କରିଛନ୍ତି ଉପରାଷ୍ଟ୍ରପତି।

ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।

Comments are closed.