Odisha Link
Bridging the Missing Links in Odisha

ନାଇଟ୍ କର୍ଫ୍ୟୁ ସମୟରେ କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ୧୦ ଜିଲ୍ଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।

ନାଇଟ୍ କର୍ଫ୍ୟ ସମୟରେ ମେଡିକାଲ୍ କିମ୍ବା ଏମରଜେନ୍ସିରେ ଲୋକେ ଯାତାୟତ କରିପାରିବେ। ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ। ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ। ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ। ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ। ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ।

ଏଥିସହ ଘରୋଇ ଯାତ୍ରୀବାହୀ ଯାନ ଓ ଟାକ୍ସି ଯାତାୟତ କରିପାରିବ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରିପାରିବେ। ହୋଟେଲ ଓ ଏସମ୍ବନ୍ଧୀୟ ଅଫିସ୍ ଓ କର୍ମଚାରୀଙ୍କୁ ଅନୁମତି ମିଳିବ। ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯାତାୟତ କରିପାରିବେ।

ରାତି ୧୦ଟାରୁ ଭୋର ୫ ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ। ଆସନ୍ତା ଏପ୍ରିଲ ୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ୍‌ କିମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି। ‌

Comments are closed.