Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଛାଡ଼ିଥିବା ଏହି ନେତ୍ରୀ ଜଣଙ୍କ ହେଉଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି।

କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ମୃତିରେଖା। ଦଳ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ମୃତିରେଖା। ସ୍ମୃତିରେଖା କହିଛନ୍ତି ଯେ, ଦଳ ମତେ ସହଯୋଗ କରୁନାହିଁ। ଓଡ଼ିଶା ମାଟିରେ କଂଗ୍ରେସ ଆଗକୁ ବଢିପାରିବ ନାହିଁ। ରାଜ୍ୟରେ ଦଳ ଏକପ୍ରକାର ସ୍ଥାଣୁ ପାଲଟିଛି।

ଆଗକୁ ବଢିବା ନେଇ ଦଳର କୈଣସି ଯୋଜନା ନଥିବା ମଧ୍ୟ କହିଛନ୍ତି ସ୍ମୃତିରେଖା। କଂଗ୍ରେସରେ ଦୀର୍ଘ ଦିନ ଘରି କାରଯ୍ୟ କରିଛି। ଦଳ ପାଇଁ ଅନେକ କିଛି କରିଛି। କିନ୍ତୁ ଦଳର କିଛି ନେତାଙ୍କ ଭିତିରି ବୁଝାମଣା ଆଜି ଦଳ ପାଇଁ କାଳ ସାଜିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପିପିଲି ନିର୍ବାଚନ ଚାଲିଛି। ସେଠାରେ ମଧ୍ୟ ଦଳର ସ୍ଥିତି ଶୋଚନୀୟ। ଏହାର କାରଣ କିଛି ନେତାଙ୍କ ପାଇଁ।

ସେହିପରି ଦଳ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ତୃତୀୟ ସ୍ଥାନକୁ ଖସି ଆସିଛି। ତେଣୁ ଏଭଳି ଦଳରେ ରହିବା ପାଇଁ ଉଚିତ ମନେ କରୁନଥିବା ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାତ ଛାଡିଲେ ସ୍ମୃତିରେଖା।

Leave A Reply

Your email address will not be published.