Odisha Link
Bridging the Missing Links in Odisha

କୋଟିଆରେ ବନ୍ଦ ହେବ ଆନ୍ଧ୍ରର ନିର୍ବାଚନ

କଟକ: କୋଟିଆରେ ଆନ୍ଧ୍ରର ନିର୍ବାଚନ ହେବନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ। ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ।

ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି। ଗତ କିଛି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏବେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଚାଲ କରିଥିଲା ପଡୋଶୀ ଆନ୍ଧ୍ରପ୍ରଦେଶ।

ସେପଟେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ନିର୍ବାଚନ କରିଥିଲେ। ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବମାନନା କରିଥିଲା ଆନ୍ଧ୍ର ପ୍ରଦେଶ। ପୁନର୍ବାର କରାଯାଉଥିବା ନିର୍ବାଚନକୁ ନେଇ ଖୋଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଜାର କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ନିର୍ବାଚନ କରାଯିବ। ବର୍ତ୍ତମାନ ଏହି ମାମଲାରେ ବିଚରାଧିନ ରହିଥିବାରୁ ନିର୍ବାଚନ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ।

Leave A Reply

Your email address will not be published.