Odisha Link
Bridging the Missing Links in Odisha

କରୋନା: ସିଲ୍‌ ହେଲା ତରୁ ଆପାର୍ଟମେଣ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଥିବା ତରୁ ଆପାର୍ଟମେଣ୍ଟ ସିଲ୍‌ କରାଯାଇଛି। ଆପାର୍ଟମେଣ୍ଟରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଉକ୍ତ ଆପାର୍ଟମେଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ ସିଲ କରିଦେଇଛି।

ସୂଚନାଯୋଗ୍ୟ ଯେ, ଟଙ୍କପାଣି ରୋଡ଼ର ତରୁ ଆପାର୍ଟମେଣ୍ଟକୁ ସିଲ କରିଦିଆଯାଇଛି। ଆଜିଠାରୁ ଆସନ୍ତା ୧୬ ଦିନ ପର୍ଯ୍ୟନ୍ତ ଆପାର୍ଟମେଂଟକୁ ସିଲ କରାଯାଇଛି। ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ଉପରେ ରୋକ ଲାଗିଛି। ସେହି ସ୍ଥାନକୁ କେବଳ ବିଏମସିର ସ୍ୱୀକୃତିପ୍ରାପ୍ତ ଅଧିକାରୀମାନେ ଯାଇପାରିବେ।

ପ୍ରକାଶ ଯେ, ଆଜି କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଶିକ୍ଷାନୁଷ୍ଠାନକୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ସନ୍ତୋଷଜନକ ଉତ୍ତର ରଖିପାରିଲେ ନାହିଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ବିଏମସି ପକ୍ଷରୁ ସିଲିକନ୍ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି।

Leave A Reply

Your email address will not be published.