Odisha Link
Bridging the Missing Links in Odisha

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୁଣୁପୁରୁ GIET ସିଲ୍

ଭୁବନେଶ୍ୱର: ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ଆସନ୍ତା ୩ ଦିନ ପାଇଁ ବନ୍ଦ। ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୁଣୁପୁରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ୱବିଦ୍ୟାଳୟକୁ ସିଲ୍ କରି ଦିଆଯାଇଛି।

 ଆଜିଠାରୁ ଆସନ୍ତ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର କହିଛନ୍ତି। ଏନେଇ କ୍ୟାମ୍ପସ୍ ଭିତରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫ ବାହାରକୁ ଯାଇପାରିବେ ନାହିଁ କି ବାହାରେ ଥିବା ଛାତ୍ରଛାତ୍ରୀ,ଷ୍ଟାଫ ଭିତରକୁ ଆସିବାକୁ ବାରଣ କରାଯାଇଛି।

ଏଥିସହ ସାମାଜିକ ଦୂରତା ରକ୍ଷା କରିବାକୁ ସମସ୍ତଙ୍କୁ କୁହାଯାଇଛି। କ୍ୟାମ୍ପସ୍‌ ମଧ୍ୟରେ ଥିବା ସମସ୍ତଙ୍କର ଆଜିଠୁ କୋଭିଡ ଟେଷ୍ଟ କରାଯିବ। ମେଡିକାଲ୍ ଟିମ୍‌କୁ ସହଯୋଗ କରିବା ଲାଗି କ୍ୟାମ୍ପସ୍‌ରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.