Odisha Link
Bridging the Missing Links in Odisha

୩ଶହ କୋଟି ଟଙ୍କା, ୨୫ ଲକ୍ଷ ଟିକା ଦିଅ: ନବୀନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରି ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଓଡ଼ିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।

ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି। ଯଥେଷ୍ଟ ଟିକା ଯୋଗାଣ ନହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ସେପଟେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡିଶା ୪ ଶହ କୋଟି ମାଗିଥିଲା। ହେଲେ ଓଡ଼ିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା। ଏହାପରେ କୋଭିଡର ନୂଆ ଲହରକୁ ଦେଖି ଆଉ ୩୦୦ କୋଟି ଟଙ୍କା ମାଗିଥିଲେ ମୁଖ୍ୟମନ୍ତ୍ରୀ। ୨୦୨୧-୨୨ ପାଇଁ ଏହି ଅର୍ଥ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଫୋକସ୍ କରିବାକୁ କହିଛନ୍ତି।

ଏଥିସହ ଦେଶରେ ଏବେ ଟିକାକରଣ ଆଗେଇ ଚାଲିଥିବା ସହ ସମସ୍ତ ରାଜ୍ୟକୁ ଫୋକସ କରାଯାଉଛି ବୋଲି ମୋଦୀ କହିଛନ୍ତି। ହେଲେ ଏବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.