Odisha Link
Bridging the Missing Links in Odisha

ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ୍ ଯବାନ ରାକେଶ୍ୱର

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ। ଆଜି ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ। ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି।

ସେଠାରୁ ଯବାନଙ୍କୁ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି । ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ।

ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ। ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ। ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ।

ଗତକାଲି ଆଦିବାସୀ ନେତ୍ରୀ ତଥା ସମାଜସେବୀ ସୋନି ସୋରି ନକ୍ସଲ ସଂଗଠନ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିବା ବେଳେ ସୁଫଳ ମିଳିନଥିଲା।

Leave A Reply

Your email address will not be published.