Odisha Link
Bridging the Missing Links in Odisha

କରୋନା:  ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍ରୁ ୩୭ ଓ ଦିଲ୍ଲୀ ଏମ୍ସରୁ ୩୫ ଜଣ ଡାକ୍ତର ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍ସ)ରୁ ୩୫ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ରୁ ଏକାଥରକେ ୩୭ ଜଣ ଡାକ୍ତର କରୋନା ପଜିଟିଭ୍‌ ହେବାର ଦିନକ ପରେ ଏମ୍ସର ଡାକ୍ତରମାନେ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

 ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ର ଯେଉଁ ୩୭ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନେ ସମସ୍ତେ ଟିକା ନେଇଥିଲେ। ପଜିଟିଭ୍ ଚିହ୍ନଟ ହୋଇଥିବା ୩୭ ଜଣଙ୍କ ମଧ୍ୟରୁ ୩୨ଜଣ ହୋମ୍‌ ଆଇସୋଲେସନ୍‌ରେ ରହିଥିବା ବେଳେ ଆଉ ପାଞ୍ଚ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଯେ, ଦିଲ୍ଳୀରେ ଦୈନିକ ସଂକ୍ରମଣରେ ରେକର୍ଡ ସୃଷ୍ଟି କରି ଗୁରୁବାର ୭,୪୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କରୋନାଜନିତ ନୂତନ ୨୪ ଜଣ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୧ ହଜାର ୧୫୭ରେ ପହଞ୍ଚିଛି। ସମୁଦାୟ ପଜିଟିଭ୍‌ ହାର ୬.୧ରୁ ୮.୧କୁ ବୃଦ୍ଧି ପାଇଛି।