ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେଲେ କୁଳପତି

ଭୁବନେଶ୍ୱର: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ କମଲଜିତ ସିଂହ ଏମ୍ ଏସ୍ ଆଇନ। ୪ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍। ସେ ଏବେ ହିମାଞ୍ଚଳ ପ୍ରଦେଶର ଘରୋଇ ଶିକ୍ଷାନୁଷ୍ଠାନରେ ରେଗୁଲେଟୀର କମିଶନର ଅଛନ୍ତି।
Related Posts
ସୂଚନାଯୋଗ୍ୟ ଯେ, ଗତକାଲି ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏପ୍ରିଲ ୨୮ ତାରିଖ ପାଖରୁ ନିୟମ ଲାଗୁ କରାଯିବ। ବହୁଦିନ ଧରି ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଯୋର ଧରି ଆସୁଥିଲା।