ପିପିଲି ଉପନିର୍ବାଚନ: ୧୨ରେ ବିଜେଡି ସୁପ୍ରିମୋ କରିବେ ପ୍ରଚାର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପିପିଲି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖ ଦିନ ପ୍ରଚାର କରିବେ। ତେବେ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଇଦାନକୁ ନଯାଇ ଭର୍ଚୁ୍ୟଆଲ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୬ଟି ଜିଲ୍ଲା ପରିଷଦ ଜୋନ ଓ ପିପିଲି ଏନଏସିରେ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ପୂର୍ବରୁ ନବୀନ ପଟ୍ଟନାୟକ ଭର୍ଚୁ୍ୟଆଲ ଜରିଆରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭର୍ଚୁଆଲ ବ୍ୟବସ୍ଥାରେ ପ୍ରଚାର କରିବେ ବୋଲି ବିଧାୟକ ଉମା ସାମନ୍ତରାୟ କହିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ। ବିଭିନ୍ନ ଜାଗାରେ ଏଲଇଡି ଲଗାଯିବ ବୋଲି କହିଥିଲେ।
ପିପିଲି ଉପନିର୍ବାଚନ ନେଇ ପ୍ରତାପ ଦେବଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ନବୀନ ପଟ୍ଟନାୟକ ପିପିଲି ପ୍ରଚାରରେ ଯିବେ ବୋଲି ବୈଠକ ପରେ ବିଜେଡି ପର୍ଯ୍ୟବେକ୍ଷକପ୍ରତାପ ଦେବ ସୂଚନା ଦେଇଥିଲେ।