Odisha Link
Bridging the Missing Links in Odisha

ରାଉରକେଲାରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ କରି ଫିନାଇଲ୍ ପିଆଇଲା ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ଼ରେ ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ ପରେ ଫିନାଇଲ୍ ପିଆଇଲା ଅଭିଯୁକ୍ତ। ଏଭଳି ଏକ ଘୃଣ୍ୟ ଓ ଲଜ୍ଜାଜନକ ଘଟଣା ଘଟିଛି ସୁନ୍ଦରଗଡ଼ ବଣେଇ ଜଗନ୍ନାଥପୁର ଅଞ୍ଚଳରେ।

ସୂଚନାମୁତାବକ, ଗତକାଲି ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ଏହାର ସୁଯୋଗ ନେଇ ପଡ଼ୋଶୀ ଘରର ଯୁବକ ସତ୍ୟ ସ୍ଵାଇଁ ପ୍ରଥମେ ଜୋରଯବରଦସ୍ତି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ନାବାଳିକାକୁ ହତ୍ୟା କରିବାକୁ ଯାଇ ତାଙ୍କୁ ଫିନାଇଲ ପିଆଇ ଦେଇଥିଲା। ଏହାପରେ ସତ୍ୟ ସେହି ସ୍ଥାନରୁ ଫେରାର ହୋଇଯାଇଛି।

ପରିବାର ଲୋକେ ଘରେ ଆସି ଦେଖିବାରୁ ନାବାଳିକା ଝିଅ ଅଚେତ ହୋଇ ପଢ଼ିଥିଲେ। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଣେଇ ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସାମାନ୍ୟ ସୁସ୍ଥ  ହେବା ପରେ ନାବାଳିକା ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା।

ଅଭିଯୋଗ କରିବା ପରେ ଅଭିଯୁକ୍ତ ସତ୍ୟ ସ୍ଵାଇଁକୁ ବଣେଇ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ନାବାଳିକାକୁ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ସଖୀ ଗୃହରେ ରଖାଯାଇଛି।

Leave A Reply

Your email address will not be published.