Odisha Link
Bridging the Missing Links in Odisha

ଜନ୍ମ ହେଲା ବିରଳ ଶିଶୁକନ୍ୟା, ରହିଛି ଦୁଇଟି ମୁଣ୍ଡ ଓ ତିନୋଟି ହାତ

କେନ୍ଦ୍ରାପଡ଼ା: ଜନ୍ମ ହୋଇଛି ବିରଳ ଶିଶୁକନ୍ୟା । କେନ୍ଦ୍ରପଡାର ଏକ ଘରୋଇ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଛି। ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ସହିତ ଦୁଇଟି ଗୋଡ଼ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି କରାଯଇଥିଲା।

କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟା ଟିକୁ ଜନ୍ମ ଦେଇଛନ୍ତି। ଶିଶୁ ଟିର ପିଠି ପଟକୁ ଗୋଟେ ହାତ ବାହାରିଛି।

ତେବେ ଶିଶୁଟିର ଶରୀର ଅସୁସ୍ଥ ହେବାରୁ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନ କୁ ପଠାଇ ଦେଇଛନ୍ତି। କିନ୍ତ ଶିଶୁଟିର ମାଆ ଏବେ କେନ୍ଦ୍ରାପଡ଼ାରେ ରହିଛନ୍ତି। ମାଆର ଦେହ ମଧ୍ୟ ଏବେ ଅସୁସ୍ଥ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

Leave A Reply

Your email address will not be published.