Odisha Link
Bridging the Missing Links in Odisha

କରୋନା: ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜି ଠାରୁ ଦେଶବ୍ୟାପୀ ଟିକା ଉତ୍ସବ ପାଳନ ଆରମ୍ଭ ହୋଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଗଣଟିକାଦାନ କାର୍ଯ୍ୟକ୍ରମ ଚାଲିବ। ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ଓଡ଼ିଶାରେ ଟିକା ଅଭାବରୁ ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ଥିବା ଜଣାଯାଇଛି। ଏକଥା ଆମେ କହୁନାହୁଁ ଟିକା ଉତ୍ସବ ପରିପ୍ରେକ୍ଷୀରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଶୂନ ଅପଚୟ ଓ ସଚେତନତା ହେଉଛି ଟିକା ଉତ୍ସବର ମୂଳ ଲକ୍ଷ୍ୟ। ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ। ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ। ଅନ୍ୟ ଜିଲ୍ଲାରେ ବନ୍ଦ ରହିବ।

ମହଜୁଦ ଥିବା ଟିକାରେ ୫୭୯ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି। ଏବେ ୨,୩୩,୦୦୦ ଡୋଜ କୋଭିସିଲ୍ଡ ଓ ୭୭,୯୬୦ ଡୋଜ କୋଭାକ୍ସିନ ଅଛି। ଯେଉଁଠି ଭ୍ୟାକ୍ସିନ ମହଜୁଦ ଅଛି, ସେଇଠି ଟିକା ଉତ୍ସବ କରାଯାଇଛି। ଅଧିକ ସଂକ୍ରମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.