Odisha Link
Bridging the Missing Links in Odisha

କରୋନା: ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ପୁଣି କରେନା ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୮ ଜଣ ଲୋକାଲ୍‌ କେସ।

ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଚିନ୍ତା ବଢ଼ାଇଲା ଖଣ୍ଡଗିରି। ଏଠାରୁ ଆଜି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୩୮ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ବମିଖାଲ, ୟୁନିଟ୍‌-୧, ଫେରେଷ୍ଟ ପାର୍କ, ଗାଡ଼ଗଣ, ଗେରେଜ ଛକ, ଡେଲ୍‌ଟା କ୍ୱେୟାର, ଲକ୍ଷ୍ମୀ ସାଗର, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ପଳାସପଲ୍ଲୀ, ପ୍ରଶାନ୍ତ ବିହାର, ପତିତପାବନ ନଗର, ଘାଟିକିଆ, ମୈତୀ ବିହାର, ୟୁନିଟ୍‌-୬, ନୀଳକଣ୍ଠ ନଗର, ରଣସିଂହପୁର, ବିବେକାନନ୍ଦ ମାର୍ଗ, ବାଣୀବିହାର, ୟୁନିଟ୍‌-୩ ଓ ସତସଙ୍ଗ ବିହାରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.