Odisha Link
Bridging the Missing Links in Odisha

ଡାକ୍ତରଖାନାରୁ ୩୨୦ କୋଭିଡ୍‌ ଟିକା ଚୋରି

ଗୋଟିଏ ଭାୟାଲ୍‌ରେ ୧୦ଟି ହିସାବରେ ମୋଟ ୩୨୦ଟି କୋଭାକ୍ସିନ୍‌ ନଥିବା କହିଛନ୍ତି ଡାକ୍ତରଖାନା କର୍ତୃପକ୍ଷ।

ଜୟପୁର: ଜନସାଧାରଣଙ୍କୁ ମାଗଣା ଦିଆଯିବାକୁ ଆସିଥିବା କୋଭିଡ୍‌ ଟିକା ହସ୍ପିଟାଲ ପରିସରରୁ ଚୋରି ହୋଇଯାଇଛି। ଘଟଣା ଘଟିଛି ରାଜସ୍ଥାନର ଜୟପୁର ସହରର ଶାସ୍ତ୍ରୀ ନଗରରେ ଥିବା କନଓ୍ବାଟିୟା ହସ୍ପିଟାଲରେ। କେହି ଦୁର୍ବୃତ୍ତ ଏଠାରୁ ୩୨୦ଟି ଭାକ୍ସିନ୍‌ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଗତକାଲି ହସ୍ପିଟାଲ କୋଲ୍ଡ ଷ୍ଟୋରେଜ୍‌ରୁ ୩୨ଟି ଭାୟାଲ୍‌ ଉଭାନ୍‌ ହୋଇଯାଇଛି। ସବୁଗୁଡ଼ିକ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍। ଗୋଟିଏ ଭାୟାଲ୍‌ରେ ୧୦ଟି ହିସାବରେ ମୋଟ ୩୨୦ଟି କୋଭାକ୍ସିନ୍‌ ନଥିବା କହିଛନ୍ତି ଡାକ୍ତରଖାନା କର୍ତୃପକ୍ଷ। ଏ ନେଇ ପୁଲିସରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.