Odisha Link
Bridging the Missing Links in Odisha

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପୁରୀ: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପରଲୋକ ଘଟିଛି। ଏଥିପାଇଁ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ଆସନ୍ତା ୧୭ ତାରିଖରେ ହୋଇଥାନ୍ତା ପିପିଲି ଉପନିର୍ବାଚନ।

ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରଖାଗଲା ପିପିଲି ଉପନିର୍ବାଚନ। ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ପରବର୍ତ୍ତୀ ସୂଚନା ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ। ତେବେ ନିର୍ବାଚନ ପାଇଁ ଯେଉଁ ପୋଲିସ କର୍ମଚାରୀ, ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ ସେମାନେ ଆସନ୍ତାକାଲି କାର୍ଯ୍ୟକ୍ରମକୁ ନ ଆସିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.