Odisha Link
Bridging the Missing Links in Odisha

ଅଣାୟତ୍ତ କରୋନା: ରାଜ୍ୟରେ ୩ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ବେକାକୁ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା। ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସମୁଦାୟ ୩,୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨ ଜିଲ୍ଲାରୁ ୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୫୨୩, କଟକରୁ ୧୬୩, ନବରଙ୍ଗପୁରରୁ ୧୫୬, ସମ୍ବଲପୁରରୁ ୧୫୩, ବାଲେଶ୍ୱରରୁ ୧୫୧, ନୂଆପଡ଼ାରୁ ୧୪୦, ବଲାଙ୍ଗିରରୁ ୧୩୩, ବରଗଡ଼ରୁ ୧୩୨, ଷ୍ଟେଟ୍ ପୁଲ୍‌ରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ପୁରୀରୁ ୧୧୪, କେନ୍ଦୁଝରରୁ ୧୦୫, ଝାରସୁଗୁଡ଼ାରୁ ୮୯, ଯାଜପୁରରୁ ୭୫, ମୟୂରଭଞ୍ଜୟରୁ ୭୧, ଗଞ୍ଜାମ ଓ କଳାହାଣ୍ଡିରୁ ୫୫ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭଦ୍ରକରୁ ୫୩, ଅନୁଗୁଳରୁ ୪୪, ସୁବର୍ଣ୍ଣପୁରରୁ ୪୨, ରାୟଗଡ଼ାରୁ ୩୮, କୋରାପୁଟରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୧୯, ଗଜପତି ଜିଲ୍ଲାରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.