Odisha Link
Bridging the Missing Links in Odisha

ରାଜ୍ୟରେ ଟିକା ଅଭାବ, କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁ‌ବନେଶ୍ବର: ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି।

ଏହାକଲେ ହିଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ବୋଲି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ କୋଭିଡ୍ ଟିକାର ସ୍ୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ କୋଭିଡ୍ ଟିକା ଯୋଗାଇ ଦିଆଯାଇଛି।

୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ହୋଇଥିବାବେଳେ ବାକି ୫ ଲକ୍ଷ ୩୬ ହଜାର ୭୮୦ ହେଉଛି କୋଭାକ୍ସିନ। ତେବେ ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କୋଭିସିଲ୍ଡ ଟିକା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.