Odisha Link
Bridging the Missing Links in Odisha

ସପ୍ତାହାନ୍ତ ସଟ୍‌ଡାଉନରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର: ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ। ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାପାଳ ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବାକୁ ଯାଉଛି। ଏହି ଦିନରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲିଠୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ହେବାକୁ ଯାଉଛି।

ଯଦି ସଟଡାଉନରେ ଲୋକମାନେ ଘରୁ ବାହାରି ଟିକା ନେବାକୁ ଯାଆନ୍ତି ତେବେ ନାନାଦି ସମସ୍ୟା ଦେଖାଯାଇପାରେ। ତେଣୁ ଏହାକୁ ଆଖିରେ ରଖି ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ଟିକାକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.