Odisha Link
Bridging the Missing Links in Odisha

ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ, ପରୀକ୍ଷା ଦ୍ବନ୍ଦ୍ବ ଦୂର କରିବାକୁ କଲେ ଗୁହାରି

ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଛନ୍ତି।

ଭୁବନେଶ୍ବର: ରାଜରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ବଢ଼ିବାରେ ଲାଗିଛି କରୋନା କାୟା। ଏପରିକି ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ସ୍ଥଗିତ କରାଯାଇଛି। କିଛି ଦିନ ପୂର୍ବରୁ ଦଶମ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହାରି ଭିତରେ ଆସିଛି ଏକ ବଡ଼ଖବର।

ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସ ସମ୍ମୁଖରେ ପହଁଞ୍ଚିଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଛନ୍ତି। ଏପରିକି ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଛନ୍ତି। ଛାତ୍ରଛାତ୍ରୀ ମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଛନ୍ତି। କରୋନା ସମୟରେ ପରୀକ୍ଷା ହେବ କି ନାହିଁ। ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଅପରପକ୍ଷେ ଆଜି ଆଇସିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଆଇଏସସିଇ ନିଷ୍ପତ୍ତି ବଦଳାଇଛି। ଏପ୍ରିଲ ୧୬ରେ ଆଇସିଏସଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ବଦଳାଇ ସିଆଇଏସସିଇ ପକ୍ଷରୁ ଆଇସିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି। ମାତ୍ର ଆଇଏସସି ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି।

Leave A Reply

Your email address will not be published.